ଦିତୀୟ ଶାମୁୟେଲ 22 : 1 (ORV)
ଯେଉଁ ସମୟରେ ସଦାପ୍ରଭୁ ସମସ୍ତ ଶତ୍ରୁ ହସ୍ତରୁ ଓ ଶାଉଲଙ୍କର ହସ୍ତରୁ ଦାଉଦଙ୍କୁ ଉଦ୍ଧାର କଲେ, ସେସମୟରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତର କଥା ନିବେଦନ କଲେ;
ଦିତୀୟ ଶାମୁୟେଲ 22 : 2 (ORV)
ସେ କହିଲେ, ସଦାପ୍ରଭୁ ମୋହର ଶୈଳ ଓ ମୋହର ଗଡ଼ର⇧ ଓ ମୋହର ରକ୍ଷାକର୍ତ୍ତା,
ଦିତୀୟ ଶାମୁୟେଲ 22 : 3 (ORV)
ମୋହର ଶୈଳ ସ୍ଵରୂପ ପରମେଶ୍ଵର, ମୁଁ ତାହାଙ୍କଠାରେ ଆଶ୍ରୟ ନେବି । ମୋହର ଢାଲ ଓ ମୋହର ପରିତ୍ରାଣ ସ୍ଵରୂପ ଶୃଙ୍ଗ⇧, ମୋହର ଉଚ୍ଚ ଦୁର୍ଗ ଓ ମୋହର ଆଶ୍ରୟ; ମୋହର ତ୍ରାଣକର୍ତ୍ତା, ତୁମ୍ଭେ ମୋତେ ଦୌରାତ୍ମ୍ୟରୁ ଉଦ୍ଧାର କରୁଅଛ ।
ଦିତୀୟ ଶାମୁୟେଲ 22 : 4 (ORV)
ମୁଁ ସଦାପ୍ରଭୁଙ୍କୁ ଆହ୍ଵାନ କରିବି, ସେ ପ୍ରଶଂସିତ ହେବା ଯୋଗ୍ୟ; ତହିଁରେ ମୁଁ ଆପଣା ଶତ୍ରୁଗଣଠାରୁ ଉଦ୍ଧାର ପାଇବି ।
ଦିତୀୟ ଶାମୁୟେଲ 22 : 5 (ORV)
କାରଣ ମୃତ୍ୟୁରୂପ ଲହରୀ ମୋତେ ବେଷ୍ଟନ କଲା, ପାପାଧମତାର ପ୍ଳାବନ ମୋତେ ଭୀତ କଲା ।
ଦିତୀୟ ଶାମୁୟେଲ 22 : 6 (ORV)
ପାତାଳର ବନ୍ଧନ ମୋତେ ବେଷ୍ଟନ କଲା, ମୃତ୍ୟୁର ଫାନ୍ଦ ମୋହର ସମ୍ମୁଖବର୍ତ୍ତୀ ହେଲା ।
ଦିତୀୟ ଶାମୁୟେଲ 22 : 7 (ORV)
ମୋହର ସଙ୍କଟ ବେଳେ ମୁଁ ସଦାପ୍ରଭୁଙ୍କୁ ଡାକିଲି, ହଁ, ମୁଁ ଆପଣା ପରମେଶ୍ଵରଙ୍କୁ ଡାକିଲି; ତହୁଁ ସେ ଆପଣା ମନ୍ଦିରରେ ଥାଇ ମୋହର ରବ ଶୁଣିଲେ ଓ ମୋହର ଆର୍ତ୍ତନାଦ ତାହାଙ୍କ କର୍ଣ୍ଣରେ ଉପସ୍ଥିତ ହେଲା ।
ଦିତୀୟ ଶାମୁୟେଲ 22 : 8 (ORV)
ସେତେବେଳେ ପୃଥିବୀ ଟଳମଳ ଓ କମ୍ପିତ ହେଲା, ଗଗନମଣ୍ତଳର ମୂଳସକଳ ଉଦ୍ବିଗ୍ନ ଓ ଟଳମଳ ହେଲା, କାରଣ ସେ ପ୍ରଜ୍ଵଳିତ ହୋଇ ଉଠିଲେ ।
ଦିତୀୟ ଶାମୁୟେଲ 22 : 9 (ORV)
ତାହାଙ୍କ ନାସାରନ୍ଧ୍ରରୁ ଧୂମ ନିର୍ଗତ ହେଲା ଓ ତାହାଙ୍କ ମୁଖରୁ ନିର୍ଗତ ଅଗ୍ନି ଗ୍ରାସ କଲା; ତଦ୍ଦ୍ଵାରା ଅଙ୍ଗାର ପ୍ରଜ୍ଵଳିତ ହେଲା ।
ଦିତୀୟ ଶାମୁୟେଲ 22 : 10 (ORV)
ସେ ମଧ୍ୟ ଆକାଶମଣ୍ତଳକୁ ନତ କରି ଓହ୍ଲାଇ ଆସିଲେ ଓ ନିବିଡ଼ ଅନ୍ଧକାର ତାହାଙ୍କ ପାଦ ତଳେ ଥିଲା ।
ଦିତୀୟ ଶାମୁୟେଲ 22 : 11 (ORV)
ପୁଣି ସେ କିରୂବ ଉପରେ ଆରୋହଣ କରି ଉଡ୍ଡୀୟମାନ ହେଲେ; ହଁ, ସେ ବାୟୁର ପକ୍ଷ ଉପରେ ଦେଖାଗଲେ ।
ଦିତୀୟ ଶାମୁୟେଲ 22 : 12 (ORV)
ସେ ଅନ୍ଧକାରକୁ, ଅର୍ଥାତ୍, ଜଳରାଶି ଓ ଆକାଶର ନିବିଡ଼ ମେଘକୁ ଆପଣା ଚତୁର୍ଦ୍ଦିଗସ୍ଥ କୁଟୀର ସ୍ଵରୂପ କଲେ।
ଦିତୀୟ ଶାମୁୟେଲ 22 : 13 (ORV)
ତାହାଙ୍କ ସମ୍ମୁଖବର୍ତ୍ତୀ ତେଜରେ ଆଗ୍ନେୟ-ଅଙ୍ଗାର ପ୍ରଜ୍ଵଳିତ ହେଲା ।
ଦିତୀୟ ଶାମୁୟେଲ 22 : 14 (ORV)
ସଦାପ୍ରଭୁ ଆକାଶରୁ ଗର୍ଜନ କଲେ ଓ ସର୍ବୋପରିସ୍ଥ ଯେ, ସେ ଆପଣା ରବ ଉଚ୍ଚାରଣ କଲେ ।
ଦିତୀୟ ଶାମୁୟେଲ 22 : 15 (ORV)
ପୁଣି ସେ ବାଣ ନିକ୍ଷେପ କରି ସେମାନଙ୍କୁ ଛିନ୍ନଭିନ୍ନ କଲେ; ବିଜୁଳି ଦ୍ଵାରା ସେମାନଙ୍କୁ ଉଦ୍ବିଗ୍ନ କଲେ ।
ଦିତୀୟ ଶାମୁୟେଲ 22 : 16 (ORV)
ସେତେବେଳେ ସଦାପ୍ରଭୁଙ୍କ ତର୍ଜ୍ଜନରେ ଓ ତାହାଙ୍କ ନାସିକାର ପ୍ରଶ୍ଵାସ ବାୟୁରେ ସମୁଦ୍ରର ଗର୍ଭ ପ୍ରକାଶ ପାଇଲା ଓ ଭୂମଣ୍ତଳର ମୂଳସକଳ ଅନାବୃତ ହେଲା ।
ଦିତୀୟ ଶାମୁୟେଲ 22 : 17 (ORV)
ସେ ଊର୍ଦ୍ଧ୍ଵରୁ (ହାତ) ବଢ଼ାଇଲେ, ସେ ମୋତେ ଧରିଲେ; ସେ ଅପାର ଜଳ ମଧ୍ୟରୁ ମୋତେ ଟାଣି ନେଲେ ।
ଦିତୀୟ ଶାମୁୟେଲ 22 : 18 (ORV)
ସେ ମୋହର ବଳବାନ ଶତ୍ରୁଠାରୁ ଓ ମୋହର ଘୃଣାକାରୀ-ମାନଙ୍କଠାରୁ ମୋତେ ରକ୍ଷା କଲେ; କାରଣ ସେମାନେ ମୋର ପ୍ରତି ଅତି ବଳବାନ ଥିଲେ ।
ଦିତୀୟ ଶାମୁୟେଲ 22 : 19 (ORV)
ସେମାନେ ମୋହର ବିପଦ ଦିନରେ ମୋର ସମ୍ମୁଖବର୍ତ୍ତୀ ହେଲେ; ମାତ୍ର ସଦାପ୍ରଭୁ ମୋର ଅବଲମ୍ଵନ ହେଲେ ।
ଦିତୀୟ ଶାମୁୟେଲ 22 : 20 (ORV)
ସେ ମଧ୍ୟ ମୋତେ ବାହାର କରି ପ୍ରଶସ୍ତ ସ୍ଥାନକୁ ଆଣିଲେ; ସେ ମୋତେ ରକ୍ଷା କଲେ, କାରଣ ସେ ମୋʼଠାରେ ସନ୍ତୁଷ୍ଟ ହେଲେ ।
ଦିତୀୟ ଶାମୁୟେଲ 22 : 21 (ORV)
ସଦାପ୍ରଭୁ ମୋର ଧାର୍ମିକତାନୁସାରେ ମୋତେ ପୁରସ୍କାର ଦେଲେ; ମୋର ହସ୍ତର ଶୌଚାନୁସାରେ ମୋତେ ଫଳ ଦେଲେ ।
ଦିତୀୟ ଶାମୁୟେଲ 22 : 22 (ORV)
କାରଣ ମୁଁ ସଦାପ୍ରଭୁଙ୍କ ପଥ ଧରିଲି ଓ ଦୁଷ୍ଟତାପୂର୍ବକ ମୁଁ ଆପଣା ପରମେଶ୍ଵରଙ୍କୁ ତ୍ୟାଗ କଲି ନାହିଁ ।
ଦିତୀୟ ଶାମୁୟେଲ 22 : 23 (ORV)
ଯେହେତୁ ତାହାଙ୍କର ସମସ୍ତ ଶାସନ ମୋହର ସମ୍ମୁଖରେ ଥିଲା ଓ ତାହାଙ୍କର ବିଧିସକଳ ମୁଁ ପରିତ୍ୟାଗ କଲି ନାହିଁ ।
ଦିତୀୟ ଶାମୁୟେଲ 22 : 24 (ORV)
ମୁଁ ମଧ୍ୟ ତାହାଙ୍କ ପ୍ରତି ସିଦ୍ଧ ଥିଲି ଓ ମୁଁ ଆପଣା ଅଧର୍ମରୁ ଆପଣାକୁ ରକ୍ଷା କଲି ।
ଦିତୀୟ ଶାମୁୟେଲ 22 : 25 (ORV)
ଏହେତୁ ସଦାପ୍ରଭୁ ମୋର ଧାର୍ମିକତାନୁସାରେ ଓ ତାହାଙ୍କ ଦୃଷ୍ଟିରେ ମୋହର ଶୌଚାନୁସାରେ ମୋତେ ଫଳ ଦେଲେ ।
ଦିତୀୟ ଶାମୁୟେଲ 22 : 26 (ORV)
ତୁମ୍ଭେ ଦୟାଳୁ ପ୍ରତି ଆପଣାକୁ ଦୟାଳୁ ଓ ସିଦ୍ଧ ଲୋକ ପ୍ରତି ତୁମ୍ଭେ ଆପଣାକୁ ସିଦ୍ଧ ଦେଖାଇବ ।
ଦିତୀୟ ଶାମୁୟେଲ 22 : 27 (ORV)
ଶୁଚି ଲୋକ ପ୍ରତି ତୁମ୍ଭେ ଆପଣାକୁ ଶୁଚି ଦେଖାଇବ ଓ କୁଟିଳ ଲୋକ ପ୍ରତି ତୁମ୍ଭେ ଆପଣାକୁ ଚତୁର ଦେଖାଇବ ।
ଦିତୀୟ ଶାମୁୟେଲ 22 : 28 (ORV)
ତୁମ୍ଭେ ଦୁଃଖୀ ଲୋକମାନଙ୍କୁ ଉଦ୍ଧାର କରିବ; ମାତ୍ର ଉଦ୍ଧତ ଲୋକମାନଙ୍କୁ ନତ କରିବାକୁ ସେମାନଙ୍କ ଉପରେ ତୁମ୍ଭର ଦୃଷ୍ଟି ଥାଏ ।
ଦିତୀୟ ଶାମୁୟେଲ 22 : 29 (ORV)
ହେ ସଦାପ୍ରଭୋ, ତୁମ୍ଭେ ମୋହର ପ୍ରଦୀପ; ପୁଣି ସଦାପ୍ରଭୁ ମୋହର ଅନ୍ଧକାର ଆଲୋକମୟ କରିବେ ।
ଦିତୀୟ ଶାମୁୟେଲ 22 : 30 (ORV)
କାରଣ ମୁଁ ତୁମ୍ଭ ଦ୍ଵାରା ସୈନ୍ୟ ଉପରେ ଦୌଡ଼େ; ମୁଁ ଆପଣା ପରମେଶ୍ଵରଙ୍କ ଦ୍ଵାରା ପାଚେରୀ ଡିଏଁ ।
ଦିତୀୟ ଶାମୁୟେଲ 22 : 31 (ORV)
ସେ ପରମେଶ୍ଵର, ତାହାଙ୍କ ପଥ ଯଥାର୍ଥ; ସଦାପ୍ରଭୁଙ୍କ ବାକ୍ୟ ପରୀକ୍ଷାସିଦ୍ଧ; ସେ ଆପଣା ଆଶ୍ରିତ ସମସ୍ତଙ୍କର ଢାଲ ।
ଦିତୀୟ ଶାମୁୟେଲ 22 : 32 (ORV)
ସଦାପ୍ରଭୁଙ୍କ ବିନା ଆଉ କିଏ ପରମେଶ୍ଵର? ଆମ୍ଭମାନଙ୍କ ପରମେଶ୍ଵରଙ୍କ ଛଡ଼ା ଆଉ କିଏ ଶୈଳ?
ଦିତୀୟ ଶାମୁୟେଲ 22 : 33 (ORV)
ପରମେଶ୍ଵର ମୋହର ଦୃଢ଼ ଆଶ୍ରୟ; ସେ ସିଦ୍ଧ ଲୋକକୁ ଆପଣା ପଥରେ କଢ଼ାଇ ନିଅନ୍ତି ।
ଦିତୀୟ ଶାମୁୟେଲ 22 : 34 (ORV)
ସେ ତାହାର ପାଦକୁ ହରିଣୀର ପାଦ ତୁଲ୍ୟ କରନ୍ତି ଓ ସେ ମୋତେ ମୋର ଉଚ୍ଚସ୍ଥଳୀରେ ବସାନ୍ତି ।
ଦିତୀୟ ଶାମୁୟେଲ 22 : 35 (ORV)
ସେ ମୋʼ ହସ୍ତକୁ ଯୁଦ୍ଧ କରିବା ପାଇଁ ଶିଖାନ୍ତି; ତହିଁରେ ମୋହର ବାହୁ ପିତ୍ତଳ ଧନୁ ବଙ୍କା କରେ ।
ଦିତୀୟ ଶାମୁୟେଲ 22 : 36 (ORV)
ତୁମ୍ଭେ ମଧ୍ୟ ମୋତେ ନିଜ ପରିତ୍ରାଣରୂପ ଢାଲ ଦେଇଅଛ; ତୁମ୍ଭର ନମ୍ରତା ମୋତେ ବୃଦ୍ଧିପ୍ରାପ୍ତ କରିଅଛି ।
ଦିତୀୟ ଶାମୁୟେଲ 22 : 37 (ORV)
ତୁମ୍ଭେ ମୋʼ ତଳେ ମୋର ପାଦ-ବିକ୍ଷେପର ସ୍ଥାନ ପ୍ରଶସ୍ତ କରିଅଛ ଓ ମୋହର ଗୋଇଠି ଖସି ଯାଇ ନାହିଁ ।
ଦିତୀୟ ଶାମୁୟେଲ 22 : 38 (ORV)
ମୁଁ ଆପଣା ଶତ୍ରୁମାନଙ୍କ ପଛେ ପଛେ ଗୋଡ଼ାଇ ସେମାନଙ୍କୁ ବିନାଶ କରିଅଛି ଓ ସେମାନେ ସଂହାରିତ ହେବା ପର୍ଯ୍ୟନ୍ତ ମୁଁ ଫେରିଲି ନାହିଁ ।
ଦିତୀୟ ଶାମୁୟେଲ 22 : 39 (ORV)
ମୁଁ ସେମାନଙ୍କୁ ଏପରି ସଂହାର ଓ ଚୂର୍ଣ୍ଣ କରିଅଛି ଯେ, ସେମାନେ ଆଉ ଉଠି ନ ପାରନ୍ତି; ହଁ, ସେମାନେ ମୋର ପାଦ ତଳେ ପତିତ ହୋଇଅଛନ୍ତି ।
ଦିତୀୟ ଶାମୁୟେଲ 22 : 40 (ORV)
ତୁମ୍ଭେ ଯୁଦ୍ଧ ନିମନ୍ତେ ବଳରୂପ ବନ୍ଧନୀରେ ମୋହର କଟି ବାନ୍ଧିଅଛ; ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କୁ ମୋହର ବଶୀଭୂତ କରିଅଛ ।
ଦିତୀୟ ଶାମୁୟେଲ 22 : 41 (ORV)
ତୁମ୍ଭେ ମଧ୍ୟ ମୋହର ଶତ୍ରୁମାନଙ୍କ ପିଠି ମୋʼ ଆଡ଼େ ଫେରାଇଲ, ତହିଁରେ ମୁଁ ଆପଣା ଘୃଣାକାରୀ-ମାନଙ୍କୁ ଉଚ୍ଛିନ୍ନ କଲି ।
ଦିତୀୟ ଶାମୁୟେଲ 22 : 42 (ORV)
ସେମାନେ ଅନାଇଲେ, ମାତ୍ର ଉଦ୍ଧାରକର୍ତ୍ତା କେହି ନ ଥିଲା; ସଦାପ୍ରଭୁଙ୍କ ପ୍ରତି ମଧ୍ୟ (ଅନାଇଲେ), ମାତ୍ର ସେ ସେମାନଙ୍କୁ ଉତ୍ତର ଦେଲେ ନାହିଁ ।
ଦିତୀୟ ଶାମୁୟେଲ 22 : 43 (ORV)
ତହୁଁ ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଚୂର୍ଣ୍ଣ କଲି, ମୁଁ ସଡ଼କର କାଦୁଅ ପରି ସେମାନଙ୍କୁ ଦଳିଲି ଓ ସେମାନଙ୍କୁ ଛିନ୍ନଭିନ୍ନ କଲି ।
ଦିତୀୟ ଶାମୁୟେଲ 22 : 44 (ORV)
ତୁମ୍ଭେ ମଧ୍ୟ ମୋʼ ଲୋକମାନଙ୍କ ବିବାଦରୁ ମୋତେ ରକ୍ଷା କରିଅଛ; ତୁମ୍ଭେ ମୋତେ ଅନ୍ୟ ଦେଶୀୟମାନଙ୍କ ମସ୍ତକ ହେବା ପାଇଁ ରଖିଅଛ; ମୋହର ଅପରିଚିତ ଲୋକମାନେ ମୋହର ସେବା କରିବେ ।
ଦିତୀୟ ଶାମୁୟେଲ 22 : 45 (ORV)
ବିଦେଶୀୟମାନେ ଆପଣାମାନଙ୍କୁ ମୋହର ବଶୀଭୂତ କରିବେ; ସେମାନେ ମୋʼ ବିଷୟ ଶୁଣିବା ମାତ୍ରେ ମୋହର ଆଜ୍ଞାବହ ହେବେ ।
ଦିତୀୟ ଶାମୁୟେଲ 22 : 46 (ORV)
ବିଦେଶୀୟମାନେ ମ୍ଳାନ ହୋଇଯିବେ ଓ ଆପଣା-ମାନଙ୍କ ଗୁପ୍ତ ସ୍ଥାନରୁ ଥରହର ହୋଇ ବାହାରି ଆସିବେ ।
ଦିତୀୟ ଶାମୁୟେଲ 22 : 47 (ORV)
ସଦାପ୍ରଭୁ ନିତ୍ୟଜୀବୀ; ମୋହର ଶୈଳ ଧନ୍ୟ ହେଉନ୍ତୁ ଓ ମୋʼ ପରିତ୍ରାଣର ଶୈଳ ସ୍ଵରୂପ ପରମେଶ୍ଵର ଉନ୍ନତ ହେଉନ୍ତୁ ।
ଦିତୀୟ ଶାମୁୟେଲ 22 : 48 (ORV)
ସେହି ପରମେଶ୍ଵର ମୋʼ ପକ୍ଷରେ ପରିଶୋଧ ନିଅନ୍ତି ଓ ଗୋଷ୍ଠୀୟମାନଙ୍କୁ ମୋʼ ତଳେ ନତ କରନ୍ତି ।
ଦିତୀୟ ଶାମୁୟେଲ 22 : 49 (ORV)
ପୁଣି ସେ ମୋʼ ଶତ୍ରୁଗଣଠାରୁ ମୋତେ ବାହାର କରି ଆଣନ୍ତି; ହଁ, ତୁମ୍ଭେ ମୋʼ ବିରୁଦ୍ଧରେ ଉତ୍ଥିତ ଲୋକମାନଙ୍କ ଉପରେ ମୋତେ ଉଚ୍ଚୀକୃତ କରୁଅଛ; ତୁମ୍ଭେ ଉପଦ୍ରବୀ ଲୋକଠାରୁ ମୋତେ ରକ୍ଷା କରୁଅଛ ।
ଦିତୀୟ ଶାମୁୟେଲ 22 : 50 (ORV)
ଏହେତୁ ହେ ସଦାପ୍ରଭୋ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସାଗାନ କରିବି ।
ଦିତୀୟ ଶାମୁୟେଲ 22 : 51 (ORV)
ସେ ଆପଣା ରାଜାକୁ ମହାପରିତ୍ରାଣ ପ୍ରଦାନ କରନ୍ତି; ସେ ଆପଣା ଅଭିଷିକ୍ତ ପ୍ରତି, ଦାଉଦ ଓ ତାହାର ବଂଶ ପ୍ରତି ଅନ; କାଳ ଦୟା ବ୍ୟବହାର କରନ୍ତି।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27 28 29 30 31 32 33 34 35 36 37 38 39 40 41 42 43 44 45 46 47 48 49 50 51

BG:

Opacity:

Color:


Size:


Font: